olt_ngr_1nov16_2_bijupattnaik_birth_centinary_semenar_nishikantଭୁବନେଶ୍ୱର,ତା ୧ ।୧୧ ।୨୦୧୬ (ଓଡ଼ିଶାଲାଇଭବ୍ୟୁରୋ): ଓଡ଼ିଶାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଜନ୍ମଶତବାର୍ଷିକୀ ଅବସରରେ ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ବ୍ଲକସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦରମହକୁମା ଖେଳପଡିଆଠାରେ ଆୟୋଜିତ ଦିନିକିଆ ଆଲୋଚନା ଚକ୍ରରେ ରାଜ୍ୟ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାରବାରିକ, ସ୍ଥାନୀୟ ବ୍ଲକର ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼ ଏବଂ ବିଡିଓ ଦୟାନିଧି ଶତପଥୀ ଆଦି ଏଥିରେ ଅତିଥି ରୂପେ ଯୋଗ ଦେଇଥିଲେ ।

’ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ପଟ୍ଟନାୟକଙ୍କ ଭୁମିକା’ ଶୀର୍ଷକ ଆଲୋଚନା ଚକ୍ରରେ ଅନେକ ବକ୍ତା ବିଜୁ ପଟ୍ଟନାୟକଙ୍କ ଜୀବନୀ ସଂପର୍କରେ ଆଲୋକପାତ କରି,ସମୃଦ୍ଧ ଓଡ଼ିଶା ଗଠନ ଆଉ ବିଜୁବାବୁଙ୍କ ଅବଦାନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ସମାନ ବର୍ଣ୍ଣନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଡାକୁଆ ଏବଂ ଜିଲ୍ଲାଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବାରିକ ଆଦି ମଞ୍ଚାସୀନ ଅତିଥି ବୃନ୍ଦ ସମୃଦ୍ଧ ଓଡ଼ିଶା ନିର୍ମାଣରେ ବିଜୁବାବୁଙ୍କ ଅତୁଳନୀୟ ଅବଦାନ ରହିଥିବା କହିଥିଲେ।

ବିଜୁବାବୁ କେବଳ ଜଣେ ଅସାଧାରଣ ବ୍ୟକ୍ତି ବା ଲୋକ ପ୍ରିୟ ରାଜନେତାରେ ସୀମିତ ନଥିଲେ, ବରଂ ତାଙ୍କର ଦୃଢ଼ ଇଛା ଶକ୍ତି ଓ ଆନ୍ତରିକ ଉଦ୍ୟମ ଓଡ଼ିଶାକୁ olt_ngr_1nov16_4_bijupattnaik_birth_centinary_semenar_nishikantଏକ ବିକାଶଶୀଳ ତଥା ସମୃଦ୍ଧ ରାଜ୍ୟଗଠନରେ ସ୍ୱତନ୍ତ୍ର ଦିଗ ଦେଖାଇପାରିଛି । ସେଥିପାଇଁ ବିଜୁବାବଙ୍କୁ ସମୃଦ୍ଧ ଓଡ଼ିଶା ଗଠନର କର୍ଣ୍ଣଧାର କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଆଲୋଚନା ଚକ୍ରର ମୁଖ୍ୟ ଅତିଥି ତଥା ମନ୍ତ୍ରୀ ଶ୍ରୀ ସାହୁ ତାଙ୍କଭାଷଣରେକହିଥିଲେ  । ଏହି ଉତ୍ସବରେ ନୟାଗଡ଼ର ଶତାଧିକ ବିଜୁପ୍ରେମୀ, ବୁଦ୍ଧିଜୀବୀ, ଆଇନଜୀବୀ,ସାଧାରଣ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଆଲୋଚନା ଚକ୍ର ଶେଷ ହେବା ପରେ ପିଲାମାନଙ୍କ ମଧ୍ୟରେ କୁଇଜ୍‍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନିଶିକାନ୍ତ ରଥ, ସ୍ୱତନ୍ତ୍ର ପ୍ରତିନିଧି

Leave a Reply

Your email address will not be published. Required fields are marked *

*