ଭୁବନେଶ୍ୱର, ୨୭/୦୯/ ୨୦୧୬ (ଓଡ଼ିଶାଲାଇଭ ବ୍ୟୁରୋ): ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟସ ଆନୁକୂଲ୍ୟରେ ପ୍ରଥମ ପ୍ରକୃତି ଓ କଳାଭିତ୍ତିକ ଉପସ୍ଥାପନା ଉପସ୍ଥାପନା ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପ୍ରସିଦ୍ଧ ପ୍ରକୃତି ବିଜ୍ଞାନୀ ତଥା କଳା ସଂଗ୍ରାହକ, ପକ୍ଷୀ ଗବେଷକ ଓ କଳା ବିଶେଷଜ୍ଞ ବିକ୍ରମ ଗ୍ରେୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳା ମାଧ୍ୟମରେ ଭାରତରେ ପ୍ରାକୃତିକ ଇତିହାସ ଉପରେ ଉପସ୍ଥାପନ ପ୍ରଦାନ କରିଥିଲେ। ଏହି ଆଲୋଚନାର ଶୀର୍ଷକ ଥିଲା ‘ଆନ୍ ଏମ୍ବରାସମେଣ୍ଟ ଅଫ୍ ରିଚେସ୍’।img-20160928-wa0000

ସ୍ୱର୍ଗତ ଇଲା ପଣ୍ଡାଙ୍କ ସ୍ମୃତିରେ ନାମକରଣ କରାଯାଇଥିବା ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟସ (ଇପ୍‌କା) କଳାକାରମାନଙ୍କ ପାଇଁ ଏକ ମଞ୍ଚ। ଏହି ଅନୁଷ୍ଠାନ ଓଡ଼ିଆ କଳାକାରମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବା ସହ ବିଭିନ୍ନ କଳା ପ୍ରଦର୍ଶନୀ, ଶିବିର, ବକ୍ତୃତାର ଆୟୋଜନ କରିବା ସହ କଳା ଓ କଳାକାରଙ୍କ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରେ। ସ୍ୱର୍ଗତ ଇଲା ପଣ୍ଡା ଏକାଧାରରେ ଜଣେ ସମାଜସେବୀ, ପୂର୍ବତନ ସାଂସଦ, ଶିଳ୍ପପତି ଓ ବିଶେଷକରି ଜଣେ କଳାପ୍ରେମୀ ଥିଲେ। ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟସ, ୟୁ.ଏମ୍.ଏସ.ଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଏକ ପ୍ରୟାସ।

ଏହି ଉପସ୍ଥାପନା ଉତ୍ସବରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର. ବାଲକ୍ରିଷ୍ଣନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ଓ ପ୍ରକୃତି କିପରି ପରସ୍ପର ସହିତ ଜଡ଼ିତ ଓ ସମାଜରେ କଳାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ସୀତାକାନ୍ତ ମହାପାତ୍ର, ଇପ୍‌କା ଟ୍ରଷ୍ଟି ଶ୍ରୀମତି ପାରମିତା ମହାପାତ୍ର, ପଞ୍ଚମି ମନୁ ଉକିଲ୍, ମକ୍‌ବୁଲ୍ ଅଲ୍ଲୀ, ମାନସ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*