img_68721ଭୁବନେଶ୍ୱ, ୨୭୦୯୨୦୧୬ (ଓଡ଼ିଶାଲାଇଭ୍ବ୍ୟୁରୋ): ଓଡ଼ିଶାର ପର୍ଯ୍ୟଟନ ବିଭବକୁ ନେଇ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଫ୍ରାଗ୍ରାନ୍ସ ଅଫ୍ ଓଡ଼ିଶା’ ଉନ୍ମୋଚିତ ହୋଇଛି।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ ନିଜ ଅନୁଭୂତି ବର୍ଣ୍ଣନା କରିବା ସହିତ ଏହି ପୁସ୍ତକ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ଉପାଦେୟ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ସ୍ୱସ୍ତି ହୋଟେଲ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ଓଡ଼ିଶା ହୋଟେଲ ଓ ରେସ୍ତୋଁରା ସଂଘର ସଭାପତି ଶ୍ରୀଯୁକ୍ତ ଜେ. କେ ମହାନ୍ତି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ, ରାଜ୍ୟ ସରକାର ‘ଫ୍ରାଗ୍ରାନ୍ସ ଅଫ୍ ଓଡ଼ିଶା’ ଭଳି ପୁସ୍ତକର ପ୍ରସାରଣ ଦିଗରେ ସହଯୋଗ କରିବା ଉଚିତ୍ ବୋଲି ମତ ଦେଇଥିଲେ। ପର୍ଯ୍ୟଟକମାନଙ୍କ ନିମନ୍ତେ ଏଭଳି ଏକ ଉପାଦେୟ ପୁସ୍ତକ ପ୍ରକାଶ କରିପାରିଥିବାରୁ ‘ବିଜ୍ଞାପନ’ ପରିବାରକୁ ସେ ସାଧୁବାଦ ଦେଇଥିଲେ।

ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ‘ଫ୍ରାଗ୍ରାନ୍ସ ଅଫ୍ ଓଡ଼ିଶା’ର ସଂପାଦକ ଦିଲୀପ ମିଶ୍ର ଏବଂ ଅତିଥି ସଂପାଦକ ମନୋଜ ଭୋଇ ପୁସ୍ତକଟିର ପ୍ରସ୍ତୁତି ବେଳେ ହାସଲ କରିଥିବା ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ପଟ୍ଟଚିତ୍ର ଶିଳ୍ପୀ ମାଗା ନାୟକ, ସ୍ଥପତି ଧ୍ରୁବ ଚରଣ ସ୍ୱାଇଁ, କଳା-ପ୍ରୋତ୍ସାହକ ଉପେନ୍ଦ୍ର ନାଥ ସାହୁ, ସ୍ୱାତୀ ମହାପାତ୍ର ଏବଂ ସୁଶାନ୍ତ ଶତପଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଜ୍ଞାପନର ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି ସ୍ୱାଗତ ଭାଷଣ ଏବଂ ପ୍ରକାଶିକା ରଶ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

‘ଫ୍ରାଗ୍ରାନ୍ସ ଅଫ୍ ଓଡ଼ିଶା’ରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ, ହସ୍ତଶିଳ୍ପ, ହସ୍ତତନ୍ତ, ବନ୍ୟଜନ୍ତୁ ବିଭବ ଇତ୍ୟାଦି ସ୍ଥାନ ପାଇଛି। ବିଜ୍ଞାପନର ଭୁବନେଶ୍ୱର ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ଏହା ଉପଲବ୍ଧ ରହିଛି। ପାଠକମାନେ ଦୀପକ ନାୟକଙ୍କ ସହିତ ମୋବାଇଲ ନମ୍ବର

୭୫୦ ୪୯୯୦୨୧୮ରେ ଯୋଗାଯୋଗ କରି ପୁସ୍ତକଟିକୁ କ୍ରୟ କରିପାରିବେ।

Leave a Reply

Your email address will not be published. Required fields are marked *

*