ଭୁବନେଶ୍ୱର ୧୩.୦୭.୨୦୧୬ (ଓଡିଶାଲାଇଭ୍‍ ବ୍ୟୁରୋ): ଓଡିଶା କ୍ରୀଡା ପାଇଁ ଏବର୍ଷ ସୁବର୍ଣ୍ଣ ଯୁଗରେ ପରିଣତ ହେବାକୁ ଯାଉଛି| ପୁଣି ୪ ଓଡିଆ ଝିଅଙ୍କ ବାଜିମାତ୍‍, ତାଙ୍କ ସଫଳତାରେ ସାରା ଓଡିଶାରେ ଏବେ ଖୁସିର ଲହରି| ଓଡିଶାର କ୍ରୀଡାରେ ନୂଆ ଇତିହାସ ତିଆରି ହୋ‍ଇଛି|ଦୀପ୍‌‍ଗ୍ରେସ୍‍ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା ୧୬ ଜଣିଆ ଭାରତୀୟ ମହିଳା ହକି ଟିମ୍‌ରେ ସାମିଲ୍‍ ହୋ‍ଇଛନ୍ତି ଏବଂ ରିଓ ଅଲମ୍ପିକ୍ସ ପାଇଁ ସ୍ଥାନ ପକ୍କା କରିଛନ୍ତି|

ଦୀର୍ଘ ୩୬ ବର୍ଷପରେ ଅଲମିକ୍ସରେ ଭାଗ ନେବାର ଯୋଗ୍ୟତା ଭାରତ ମହିଳା ଦଳ ଅର୍ଜନ କରିଥିବାବେଳେ ଓଡିଶାର ମହିଳା ଖେଳାଳିଙ୍କ ଉପରେ ସାରା ଦେଶର ନଜର|ବହୁତ ଜାତୀୟ ତଥା, ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଅଭିଜ୍ଞ ଖେଳାଳି ରୂପେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ୪ ଓଡିଆ ଝିଅ|

୧୦୧ଟି ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଏକାଧିକ ଗୋଲ୍‍ ଦେବାରେ ସଫଳ ହୋ‍ଇଛନ୍ତି ଦୀପ୍‍ଗ୍ରେସ୍‍ ଏକ୍କା ଏବଂ ବହୁତ ମ୍ୟାଚ୍‍କୁ ଜିତାଇବର ସଫଳତା ଏକ୍କା ନାଁରେ ଅଛି| ସେହିପରି ନମିତା ଟପ୍ପା ୯୨ଟି, ଲିଲିମା ୭୦ଟି ଏବଂ ସୁନିତା ୭୧ଟି ମ୍ୟାଚ୍‍ ଖେଳିବାର ଅଭିଜ୍ଞତା ରଖିଛନ୍ତି| ଏମାନେ ନିଶ୍ଚୟ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା କରୁଛନ୍ତି ଅନେକ|

୨୦୦୦ ମସିହାରେ ଓଡିଶାରୁ ୪ ଜଣ ସିଡ୍‌ନୀ ଅଲମ୍ପିକ୍ସରୁ ଉଭୟ ବର୍ଗରୁ ଭାଗ ନେଇଥିବା ବେଳେ ଏ ବର୍ଷ କିନ୍ତୁ କେବଳ ମହିଳା ବର୍ଗରୁ ୬ ଜଣ ଭାଗ ନେବାକୁ ଯାଉଛନ୍ତି| ଯାହା ଏକ ରେକର୍ଡ, ବିଶେଷତଃ ହକି ପାଇଁ ଓଡିଶାରୁ ୪ଜଣ ଝିଅ ଅଲମିକ୍ସରେ ଖେଳିବା ପ୍ରଥମ ଘଟଣା ହେବ|

Leave a Reply

Your email address will not be published. Required fields are marked *

*