BBD_Thumbnail_news_002ଭୁବନେଶ୍ୱର, ୩୧୨୦୧୬(ଓଡ଼ିଶାଲଇଭ୍‍ ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଗଣେଶ ପୂଜାକୁ ଆଖିରେ ରଖି ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ’ବାଏ ବାଏ ଦୁବାଇ’ ରିଲିଜ୍‌ ହେବ। ଭୁବନେଶ୍ୱରର ଶ୍ରିୟା ଟକିଜ୍‌ରେ ଏହି ଚଳଚ୍ଚିତ୍ରର ପ୍ରିମିୟର୍‌ ସୋ ହେବ ଏବଂ ଆସନ୍ତା ୪ ତାରିଖରେ କଟକର ବ୍ରିନ୍ଦାବନ୍‌ ହଲ୍‌ରେ ମଧ୍ୟ ଏହି ଚଳଚ୍ଚିତ୍ରର ଆଉ ଏକ ପ୍ରିମିୟର୍‌ ସୋ ହେବ। ଏହି ପ୍ରିମିୟର୍‌ ସୋରେ ’ବାଏ ବାଏ ଦୁବାଇ’ର ସମସ୍ତ ଅଭିନେତା, ଅଭିନେତ୍ରୀଙ୍କ ସମେତ ଚଳଚ୍ଚିତ୍ରର ଅନ୍ୟ ସଦସ୍ୟମାନେ ଯୋଗ ଦେବେ।

ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ କୁମାର ପରିଜା ’ଓଡ଼ିଶା ଲାଇଭ୍‌’କୁ କହିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ହେଉଛି ଓଲିଉଡ୍‌ର ସବୁଠାରୁ ବ୍ୟୟବହୁଳ ଚଳଚ୍ଚିତ୍ର। ଚଳଚ୍ଚିତ୍ରର ଅଧିକାଂଶ ସୁଟିଂ ଦୁବାଇରେ ହୋ‌ଇଛି ଏବଂ ସେ କହିଛନ୍ତି ଯେ ଓଡ଼ିଶାର ଦର୍ଶକ କିପରି ଭାବରେ ନୂଆ ନୂଆ ଚଳଚ୍ଚିତ୍ରକୁ ଦେଖି ମନଭରି ଉପଭୋଗ କରିବେ ସେଥିପାଇଁ ଏ.କେ.ପ୍ରଡକ୍ସନ୍ସ ସର୍ବଦା ଧ୍ୟାନ ଦେଇଥାଏ।

’ବାଏ ବାଏ ଦୁବାଇ’ରେ ଓଲିଉଡ୍‌ର ହାସ୍ୟ ଅଭିନେତା ପପୁଙ୍କୁ ଦେଖିବାକୁ ମିଳିବ। ବହୁଚର୍ଚ୍ଚିତ ’କାଷ୍ଟିଂ କାଉଚ୍‌’ ବିବାଦରେ ପପୁ କିଛିଦିନ ତଳେ ଜେଲ୍‌ରେ ଥିଲେ। ଜାମିନ୍‌ରେ ଆସିବା ପରେ ପପୁଙ୍କର ଏହି ସିନେମାଟି ହେବ ପ୍ରଥମ ସିନେମା।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା, ସବ୍ୟସାଚୀ, ବୁଦ୍ଧାଦିତ୍ୟ ଥିବାବେଳେ ବରିଷ୍ଠ ଅଭିନେତା BBD_Thumbnail_news_001ବିଜୟ ମହାନ୍ତି, ମିହିର ଦାସ, ଅନିତା ଦାସ, ପୁଷ୍ପା ପଣ୍ଡା ଆଦି ଅଭିନୟ କରିଛନ୍ତି।

ମୋହିତ୍‌ ଚକ୍ରବର୍ତ୍ତୀ, ବାପୁ ଗୋସ୍ୱାମୀ, ସଞ୍ଜୟ ମହାକୁଡ ଗୀତ ରଚନା କରିଥିବାବେଳେ ବିକାଶ ଦାସ ଏବଂ ଡ. ରଜନୀ ରଞ୍ଜନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତପୁ ମିଶ୍ର, ବିଭୂକିଶୋର ଓ ମାନସ ପ୍ରିତମ୍‌ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ବସନ୍ତ ସାହୁ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି।

Leave a Reply

Your email address will not be published. Required fields are marked *

*