ଭୁବନେଶ୍ୱର- ୭.୭.୨୦୧୬ –(ଓଡିଶା ଲାଇଭ୍‍ ବ୍ୟୁରୋ): “ଇଦ୍‍-ଉଲ୍‍-ଫିତର” ହେଉଛି ରମଜାନ୍‍ ମାସର ଶେଷ ଦିନ| ଆଜି ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ବାଲେଶ୍ୱର, କଟକ ଇତ୍ୟାଦି ସ୍ଥାନରେ ହର୍ଷୋଲ୍ଲାସର ସହ ଇଦ୍‍ ପାଳନ ହୋ‍ଇଯାଇଛି| ଆଜି ସକାଳୁ ମୁସଲ୍‍ମାନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ‘ମସ୍‌ଜିଦ୍‌’ ଯାଇ ନମାଜ ପାଠ କରିଥିଲେ ଏବଂ ନମାଜ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ର ଶୁଭେଛା ପ୍ରଦାନ କରିଥିଲେ| ଆଜି ପର୍ବରେ ମୁସଲମାନ ଭାଇଭ‌ଉଣୀମାନେ ନୂଆ ପୋଷାକ ପରିଧାନ କରି ନିଜ ନିଜ ଭିତରେ ମିଠା ଆଦାନ ପ୍ରଦାନ କରିଥିଲେ|

ଭୁବନେଶ୍ୱର ୟୁନିଟ୍‍-୪ଠାରେ ଥିବା ମସ୍‌ଜିଦ୍‌ରେ ବହୁତ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗଦାନ କରି ପ୍ରାର୍ଥନା କରିଥିଲେ ଏବଂ କଟକରେ ମୁସଲମାନ ଭାଇମାନେ ମଧ୍ୟ ଏକତ୍ର ନମାଜପାଠ କରିଥିଲେ| ଏଥିରେ ହିନ୍ଦୁ ଭାଇ‌ଭ‌ଉଣୀମାନେ ଯୋଗଦାନ କରି ଇଦ୍‍ ପାଳନ କରିଥିଲେ|

ପବିତ୍ର ଇଦ୍‍-ଉଲ୍‍-ଫିତର ପର୍ବ ଉପଲକ୍ଷେ ଓଡିଶାର ମୁସଲମାନ ଭାଇଭ‌ଉଣୀମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶାର ମାନ୍ୟବର ରାଜ୍ୟପାଳ ଏସ୍‌.ସି.ଜମିର ତାଙ୍କର ଶୁଭକାମନା ଜଣାଇଛନ୍ତି| ଭୁବନେଶ୍ୱର ୟୁନିଟ୍‍-୪କୁ ନମାଜ ପାଠ କରିବାକୁ ଆସିଥିବା ଓ.ଏଫ୍‍.ଡି.ସିର ଚେୟାର୍‍ମ୍ୟାନ ମୁନା ଖାଁ କହିଥିଲେ ଯେ “ଇଦ୍‍-ଉଲ୍‍-ଫିତର ହେଉଛି ଭାଇଚାରାର ପର୍ବ” |

Leave a Reply

Your email address will not be published. Required fields are marked *

*