ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସମ୍ବଲପୁରର ଜାତୀୟ ରାଜପଥ-୫୫ ଭବାନୀପାଲ୍ଲି ନିକଟରେ ଘଟିଯାଇଛି ଏକ ଅଭାବନୀୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯେଉଁଥିରେ ୧୦ ଜଣ ମୃତ୍ୟୁବରଣ କରିବା ସହିତ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ଆଜି ସୋମବାର ହୋଇଥିବାରୁ ହାତୀବାରୀ କଳ୍ପେଶ୍ୱର ଶିବମନ୍ଦିରରୁ ଶିବଙ୍କ ଦର୍ଶନ କରି ଫେରୁଥିବା ବେଳେ ସମ୍ବଲପୁରରୁ କଟକ ଅଭିମୁଖେ ଆସୁଥିବା ଦଶଚକିଆ, ଓଡି ୦୫ ଏଏ ୩୮୨୭ ନମ୍ବର ଗାଡ଼ିଟି ଠାକୁର ଦର୍ଶନ ସାରି ସମ୍ବଲପୁର ଆଡକୁ ଆସୁଥିବା ଟାଟା ମ୍ୟାଜିକ୍‌, ଓଡି ଏଫ୍ ୫୫୨୦୩୦ ନମ୍ବର ବିଶିଷ୍ଟ ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା, ଯେଉଁଥିରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ୮ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏଥିରେ ଦୁଇ ଜଣ ଛୋଟ ଶିଶୁ ମଧ୍ୟ ଅଛନ୍ତି, ଏ ସମସ୍ତେ ପରମାଣପୁର ଗାଁର ଚାରୋଟି ପରିବାରର ସଦସ୍ୟ ଅଟନ୍ତି।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଏବଂ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଲୋକମାନଙ୍କ ପାଇଁ ମାଗଣାରେ ସେବା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

*