ଭୁବନେଶ୍ୱର, ୦୪/୦୮/ ୨୦୧୬: (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଭୁବନେଶ୍ୱର ଶବର ସାହିର ୧୧ ବର୍ଷର ବାଳକ ଚନ୍ଦନ ନାୟକ ଏବେ ସମଗ୍ର ରାଜ୍ୟରେ ତଥା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି କୁନି ଫୁଟ୍‌ବଲ‍ ଖେଳାଳି ପୃଥିବୀର ଶ୍ରେଷ୍ଠ ଫୁଟ୍‌ବଲ କ୍ଲବ୍‌ ଜର୍ମାନୀର ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର ଏକାଡେମୀ ପ୍ଲେୟାର ହେବେ। ଚନ୍ଦନ ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। କିନ୍ତୁ ରୁଚି ତାଙ୍କର ଫୁଟ୍‌ବଲ ଖେଳିବା।football

ଚନ୍ଦନ ୨ ମାସର ଫୁଟ୍‌ବଲ ଟ୍ରେନିଂ ପାଇଁ ଜର୍ମାନୀ ଯିବାକୁ ମନୋନିତ ହୋଇଛନ୍ତି। ବଜାଜ୍ ଆଲାଏଞ୍ଜ୍‌ ପକ୍ଷରୁ ଜାତୀୟ ସ୍ତରରେ ମନୋନୟନ ଶିବିରରେ ୧୨୦ ଜଣଙ୍କ ମଧ୍ୟରୁ ମାତ୍ର ୫ ଜଣ ମନୋନିତ ହୋଇଥିବା ବେଳେ ଚନ୍ଦନ ହେଉଛନ୍ତି ସର୍ବକନିଷ୍ଠ ଖେଳାଳି।

ଚନ୍ଦନଙ୍କ କୋଚ୍‌ ଜୟଦେବ ମହାପାତ୍ର କହିଛନ୍ତି ଯେ, ଚନ୍ଦନଙ୍କ ଖେଳିବାର ଶୈଳୀ, ଗୋଲ୍‌ ଦେବାର ଦକ୍ଷତା, କୌଶଳପୂର୍ଣ୍ଣ ପାସ୍‌ ଏବଂ ଫୁଟ୍‌ବଲ ପ୍ରତି ଚନ୍ଦନଙ୍କର ଏକାଗ୍ରତା ମନୋନୟନକାରୀଙ୍କୁ ଆକୃଷ୍ଟ କରିଥିଲା ଏବଂ ଚନ୍ଦନଙ୍କୁ ଜର୍ମାନୀ ପଠାଇବାକୁ ସେମାନେ ବାଧ୍ୟ ହୋଇଛନ୍ତି।

ଚନ୍ଦନ ବିଶ୍ୱର ପ୍ରସିଦ୍ଧ ଫୁଟ୍‌ବଲ ଖେଳାଳି ଲିଓନେଲ ମେସିଙ୍କୁ ନିଜର ଆଦର୍ଶ ମାନନ୍ତି ଏବଂ ମେସିଙ୍କ ଖେଳ ଶୈଳୀକୁ ସେ ଅନୁସରଣ କରିଥାନ୍ତି। ଚନ୍ଦନଙ୍କ ପ୍ରତିଭା ବିଷୟରେ ଜାଣିବା ପରେ ଦେଶର ଅଗ୍ରଣୀ କ୍ଲବ୍‌ମାନେ ଚନ୍ଦନଙ୍କୁ ସେମାନଙ୍କର କ୍ଲବ୍‌ରେ ସାମିଲ୍‌ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ଚନ୍ଦନ କହିଛନ୍ତି ଯେ, ମୁଁ ଅଧିକରୁ ଅଧିକ ପରିଶ୍ରମ କରିବି, ଭଲ ଖେଳିବି ଯାହାଫଳରେ ଓଡ଼ିଶା ତଥା ଭାରତର ନାଆଁ ରଖିବି।

Category:

Kids, News, People

Tags:

,

Leave a Reply

Your email address will not be published. Required fields are marked *

*