ଭୁବନେଶ୍ୱର, ୧୮/୦୭/ ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ରାହାଗିରିର ୨୭ତମ ସଂସ୍କରଣରେ ରସଗୋଲା ଦିବସ ପାଳିତ ହୋଇଛି। ଗତ ରବିବାର ଥିଲା ରସଗୋଲା ଦିବସ। ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ପ୍ରାୟ ବନ୍ଧୁ ପରସ୍ପରକୁ ରସଗୋଲା ଖୁଆଇ ପାଳନ କରିଥିଲେ ଏହି ଦିବସ।

ଜନପଥରେ ଖୋଲିଥିଲା ୫ଟି ରସଗୋଲା ଷ୍ଟଲ୍। ଓଡ଼ିଶାର ବହୁ ପୁରୁଣା ଏବଂ ସମସ୍ତଙ୍କର ମନପସନ୍ଦ ମିଠା ରସଗୋଲାର ତିଆରି ପ୍ରଣାଳୀକୁ ପ୍ରଦର୍ଶିତ କରିଥିଲେ ପାହାଳରୁ ଆସିଥିବା କିଛି ରସଗୋଲା କାରିଗର। ରାହାଗିରିକୁ ବୁଲି ଆସିଥିବା ଲୋକଙ୍କର ରସଗୋଲାକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଏହି କାରିଗରମାନେ।

କିଛି ମାସ ପୂର୍ବରୁ ରସଗୋଲାର ଜନ୍ମସ୍ଥାନକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଯେଉଁ ବିତର୍କ ସୃଷ୍ଟି ହୋଇଥିଲା ତା’କୁ ନେଇ ରସଗୋଲାର ଜନ୍ମସ୍ଥାନ ଓଡ଼ିଶା ବୋଲି ଗବେଷକ, ବୁଦ୍ଧିଜୀବୀମାନେ ରାହାଗିରିରେ ଲୋକମାନଙ୍କୁ ଜଣାଇଥିଲେ।

ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା କହିଥିଲେ ଯେ, ନୀଳାଦ୍ରି ବିଜେ ଦିନ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି। ତେଣୁ ଏହାକୁ ରସଗୋଲା ଦିବସ ଭାବେ ସମଗ୍ର ଓଡ଼ିଶା ଓ ଦେଶବିଦେଶରେ ରହୁଥିବା ଓଡ଼ିଆମାନେ ପାଳନ କରୁଛନ୍ତି। ଆମ୍ଭେ ମଧ୍ୟ ରାହାଗିରି ଦିବସରେ ଏହାକୁ ସାମିଲ୍‌ କରିଛୁ।

ଏଥର ରାହାଗିରିରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ସଂସ୍କୃତି ଓ ଗବେଷକ ଅସିତ ମହାନ୍ତି, ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ, ବିଏମ୍‌ସି କମିଶନର ଡ. କ୍ରିଷନ କୁମାର, ଡେପୁଟି ମେୟର କେ ଶାନ୍ତି ଆଦି ଅତିଥି ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

*