olt_ngr_21aug16_2_deo_office_inagurate_nishikant1ଭୁବନେଶ୍ୱର, ୨୦/୮/୨୦୧୬ (ଓଡିଶାଲାଇଭ୍‌ ବ୍ୟୁରୋ): ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ନିଜସ୍ୱ ଗୃହକୁ ସ୍ଥାନୀୟ ବିଧାୟକ ତଥା ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଆଜିର ତାରିଖରେ ଉଦ୍‌ଘାଟନ କରିଛନ୍ତି । ଶୁଭ ଉଦ୍‌ଘାଟନ ପରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଗୃହରେ ଜିଲ୍ଲା ଶିକ୍ଷା ବିଭାଗ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ କରିଛି ।

ଜିଲ୍ଲାରେ ଶିକ୍ଷା ମାନଦଣ୍ଡର ଉନ୍ନତି ଓ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାକୁ ଉକ୍ତ କାର୍ଯ୍ୟାଳୟ ଅଧିକ ତ୍ୱରାନ୍ୱିତ କରିବା ନେଇ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଅତିଥିଗଣ ମତ ରଖିଛନ୍ତି । ଜିଲ୍ଲା ଶିକ୍ଷା ପଦ୍ଧତିରେ ସରସତା ତଥା ଉତ୍କୃଷ୍ଟତା ଆଣିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶ୍ରଦ୍ଧା, ନିଷ୍ଠା ଓ ନୈତିକତାଯୁକ୍ତ ଶିକ୍ଷାଦାନରେ ବ୍ରତି ହେବାକୁ ଉତ୍ସବର ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ରଣପୁର ବିଧାୟକ ଶ୍ରୀ ରବିନାରାୟଣ ମହାପାତ୍ର ଓ  ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ olt_ngr_21aug16_3_deo_office_inagurate_nishikantଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଦିଗରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ,ବୁଦ୍ଧିଜୀବୀ ଓ ଅଭିଭାବକମାନଙ୍କ ସହଯୋଗ କାମନା କରିଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ସଫଳତା ସଂପର୍କରେ ଏଥିରେ ଆଲୋକପାତ କରିଥିଲେ । ଜିଲ୍ଳା ଶିକ୍ଷା କାର୍ଯ୍ୟାଳୟର ନବ ନିର୍ମିତ ଗୃହ ପ୍ରତିଷ୍ଠା ଉତ୍ସବ ଜିଲ୍ଳାବାସୀଙ୍କ ପାଇଁ ଖୁସିର ବାର୍ତ୍ତା ଆଣିଥିବା ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ହେଲେ ୧୯୯୩ ମସିହା ଅପ୍ରେଲ ୨ ତାରିଖରେ ନୟାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିବାର ଦୀର୍ଘ ୨୦ ବର୍ଷ ପରେ ଅର୍ଥାତ ୨୦୧୩ ମସିହାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସ୍ୱତନ୍ତ୍ର ଭାବେ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବା ଏବଂ ପରବର୍ତ୍ତି ସମୟରେ ୨୦୧୬ ମସିହାରେ ସଂପୃକ୍ତ ଦପ୍ତରର ସ୍ୱାଧୀନ ଗୃହ ପ୍ରତିଷ୍ଠାର ବହୁ ପୂର୍ବରୁ ତାହା ହୋଇଥିଲେ । ଜିଲ୍ଲାବାସୀଙ୍କ ପାଇଁ ଏହି ଖୁସି ଦ୍ୱିଗୁଣିତ ହୋଇଥାନ୍ତା ବୋଲି ଅନେକ ମତ ଦେଇଛନ୍ତି ।

ନିଶିକାନ୍ତ ରଥ,  ସ୍ୱତନ୍ତ୍ର ପ୍ରତିନିଧି

Leave a Reply

Your email address will not be published. Required fields are marked *

*