olt_ngr_29aug16_5_biju_birth_centenary_nishikantଭୁବନେଶ୍ୱର,୨୯ । ୮ ।୨୦୧୬ (ଓଡିଶାଲାଇଭ୍‍ ବ୍ୟୁରୋ): ନୟାଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ବିଜୁ ପଟ୍ଟନାୟକଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ସକାଳସାଢେ଼ ୭ଟା ସମୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମନ୍ଦିରଠାରୁ  ଏକ ଶୋଭାଯାତ୍ରା ବାହାରି ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚି ଥିଲା । ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାପାଳଶ୍ରୀ ଅରିନ୍ଦମ ଡାକୁଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ତଥା ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସ୍ମୃତିଚାରଣ କରିଥିଲେ।

ମନ୍ତ୍ରୀ ଶ୍ରୀ ସାହୁ ତାଙ୍କ ଭାଷଣରେ ବିଜୁ ପଟ୍ଟନାୟକଙ୍କ ସାହସ ଓ ଦେଶପ୍ରୀତି ଯୁବପିଢ଼ୀଙ୍କୁ କିପରି ଅନୁପ୍ରାଣିତ କରୁଛି ତାହା କହିଥିଲେ । ସେଥିଲାଗି ଭାରତବର୍ଷ ଏବଂ ଦେଶ ବାହାରେ olt_ngr_29aug16_6_biju_birth_centenary_nishikantମଧ୍ୟ ବିଜୁବାବୁଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି । ତାଙ୍କ ସମୟରେ ଓଡ଼ିଶାରେ ୧୩ରୁ ୩୦ଜିଲ୍ଲା ହେବା ଏକ ଯୁଗାନ୍ତକାରୀ ପଦକ୍ଷେପ । ତହିଁ ମଧ୍ୟରୁ ନୟାଗଡ଼ ଜିଲ୍ଲା ଅନ୍ୟତମ ଏବଂ ଏହି ଜିଲ୍ଲା ପ୍ରତି ତାଙ୍କର ଅନୁରାଗ ଅବିସ୍ମରଣୀୟ । ଖାରବେଳ ମାଟିର ଦାୟାଦ ହିସାବରେ ସ୍ୱର୍ଗତ ବିଜୁବାବୁଙ୍କର ସ୍ୱତନ୍ତ୍ର ସ୍ୱାଭିମାନ ରହିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କୁ ’ଝଡ଼ର ଇଗ’ ଓ ’ମାଟିର କୃଷ୍ଣସାର’ ବୋଲି କହିଥିଲେ । ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ହେଲେ ଓଡ଼ିଶାକୁ ଭାରତରେ ଏବଂ ନୟାଗଡ଼କୁ ଓଡ଼ିଶାରେ ଅଗ୍ରଣୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ରଣପୁର, ଦଶପଲା, ଓ ଖଣ୍ଡପଡ଼ା ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ।

ସମାରୋହର ସଭାପତି ତଥା ଜିଲ୍ଲାପାଳ ଶ୍ରୀ ଡାକୁଆ ତାଙ୍କ ବକ୍ତବ୍ୟରେ ବିଜୁ ପଟ୍ଟନାୟକଙ୍କୁ ଉତ୍କଳର ଅନ୍ୟତମ ବରପୁତ୍ର, ସ୍ୱାଭିମାନୀ, ଦରଦି ତଥା ଲୋକପ୍ରିୟ ଜନନାୟକ ରୂପେ ବର୍ଣ୍ଣନା କରି ଓଡିଆଙ୍କ ପାଇଁ ତାଙ୍କ ମଧ୍ୟରେ ଥିବା ଭଲପାଇବାକୁ ବଖାଣି ଥିଲେ । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଆଇନଜୀବୀ, ଏବଂ ସାଧାରଣ ଲୋକେ ସାମିଲ ହୋଇଥିଲେ ।ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ଶେଷ ହେବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନିଶିକାନ୍ତ ରଥ, ସ୍ୱତନ୍ତ୍ର ପ୍ରତିନିଧି

Leave a Reply

Your email address will not be published. Required fields are marked *

*