ଭୁବନେଶ୍ୱର ୧୩.୦୭.୨୦୧୬ (ଓଡିଶାଲାଇଭ୍‍ ବ୍ୟୁର): ଉତ୍କଳ ଦୀପିକାର ୧୫୦ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ଏକ ବୌଦ୍ଧିକ କର୍ମଶାଳା ଅନୁଷ୍ଠିତ ହୋ‍ଇଯାଇଛି| କର୍ମବୀର ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ’ଉତ୍କଳ ଦୀପିକା’ ଥିଲା ଓଡିଶାର ପ୍ରଥମ ସମ୍ବାଦପତ୍ର|

କର୍ମବୀର ଗୌରୀଶଙ୍କରଙ୍କ ସମାଜ ପ୍ରତି ଅବଦାନ ବିଖଣ୍ଡିତ ଓଡିଶାକୁ ଏକ ପୂର୍ଣ୍ଣାଙ୍କ ଓଡିଶା ଗଠନ କରିବାରେ ତାଙ୍କର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ହୋ‍ଇଥିଲା| ସେ ସମୟରେ ଉତ୍କଳ ଦୀପିକାରେ ଓଡିଶାର ସମସ୍ତ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ କିପରି ଲୋକମାନଙ୍କ ପାଖରେ ପହଞ୍ଚାଯାଇପାରିବ ଏଥିପ୍ରତି ସେ ସଦାସର୍ବଦା ତତ୍ପର ଥିଲେ|

ସଭାରେ ଇଣ୍ଡିଆ ଟିଭିର ସମ୍ପାଦକ ଶ୍ରୀଯୁକ୍ତ ରମେଶ ପରିଡା, ଦୂରଦର୍ଶନ ନ୍ୟୁଜ୍‍ର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଉତ୍କଳଦୀପିକାର ମୁଖ୍ୟ ସମ୍ପାଦିକା ସୁପ୍ରଭା ରାୟ, ଶିକ୍ଷାବିତ୍‍ ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ସିଂ, ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟାନାୟକ, ରାଜ୍ୟ ଅଭିଲେଖଗାରର ନିର୍ଦ୍ଦେଶକ ଶ୍ରୀମତି ଭାଗ୍ୟଲିପି ମହ୍ଲ ଏବଂ ଏହାର ଆୟୋଜକ ଜୟାଶୀଷ ରାୟ ଉପସ୍ଥିତ ଥିଲେ|

ଏହି ସଭାରେ ଗୌରୀଶଙ୍କରଙ୍କ ନାତି ଜୟାଶୀଷ ରାୟ କହିଥିଲେ ଯେ,” ଆଜିର ଏହି ଆୟୋଜନ ପୂଜ୍ୟପୂଜା ଦିଗରେ ଏକ ପଦକ୍ଷେପ ହେବ ଏବଂ ପୁରୁଣା ଦିନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଣିକି ଉତ୍କଳ ଦୀପିକାରେ ପ୍ରକାଶ ପାଇବ”| ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଉତ୍କଳ ଦୀପିକାର ୧୫୦ତମ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା|

ପରିଶେଷରେ ଗୌରୀ ଶଙ୍କରଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଉପରେ ଏକ ବୌଦ୍ଧିକ କର୍ମଶାଳା ଅନୁଷ୍ଠିତ ହୋ‍ଇଥିଲା| ଶେଷରେ ଏସ୍‌.ଏ.କଲିମ୍‍ ଧନ୍ୟବାଦ ଅର୍ପଣ କରିଥିଲେ|

Leave a Reply

Your email address will not be published. Required fields are marked *

*