ଭୁବନେଶ୍ୱର,୧୪/୦୭/୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଶ୍ରୀ ବିଶ୍ୱେଶ୍ୱର ଫିଲ୍ମସ୍‌ ବ୍ୟାନରରେ ନୂତନ ଓଡ଼ିଆ ଫିଲ୍‌ମ “ଆଖି ଖୋଲିଲେ ତୁ ହିଁ ତୁ”ର ଶୁଭ ମହୁରତ ବାଲିଅନ୍ତା ସ୍ଥିତ ମେଟ୍ରୋସାଟେଲାଇଟ୍‌ ସିଟିର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି।

ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଦୀପକ ବାରିକ ଥିବା ବେଳେ ନାୟିକା ଭୂମିକାରେ ଅଛନ୍ତି ପୁନମ ମିଶ୍ର। ସଞ୍ଜୟ କୁମାର ଚୌଧୁରୀଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଏହି ଫିଲ୍ମରେ ସରୋଜ ମହାପାତ୍ର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ରଚନା କରିଛନ୍ତି ବିକାଶ ଦାସ ଓ ସଂଳାପରେ ଅଛନ୍ତି ବାପୁ ଗୋସ୍ୱାମୀ।

ଚଳଚ୍ଚିତ୍ର ନିର୍ଦ୍ଦେଶକ ସରୋଜ ମହାପାତ୍ର କହିଛନ୍ତି ଯେ, ପ୍ରେମୀ ଯୁଗଳଙ୍କ ଭଲ ପାଇବା ଭିତରେ ଥିବା ମାନ ଅଭିମାନ ଲଢ଼େଇର ସେ ମଧୁରତା ହିଁ ବାନ୍ଧି ରଖେ ତାଙ୍କ ପ୍ରେମକୁ। ଏହି ଭଲ ପାଇବା ଭିତରେ ନିଜକୁ ହଜେଇ ରଖିଥିବା କିଛି ମଣିଷଙ୍କ କଥା କୁହେ ‘ଆଖି ଖୋଲିଲେ ତୁ ହିଁ ତୁ’।

ଏହି ଫିଲ୍ମରେ ଓଲିଉଡର ବହୁ ପ୍ରତିଷ୍ଠିତ କଳାକାର ଯଥା ବିଜୟ ମହାନ୍ତି, ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା, ଯୋଗେଶ ଏବଂ ନୂପୁର ଘୋଷ ଭଳି ପ୍ରତିଷ୍ଠିତ କଳାକାରମାନେ ଅଛନ୍ତି। ଆଗାମୀ ଡିସେମ୍ବର ଶେଷ ସପ୍ତାହ ଆଡକୁ ଫିଲ୍ମଟି ରିଲିଜ୍‌ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

*