ଭୁବନେଶ୍ୱର, ୧୯/୦୭/ ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଚଳିତ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଅଯୋଗ୍ୟ ହିତାଧିକାରୀମାନେ ନିଜର ରାସନ୍ କାର୍ଡ ଫେରସ୍ତ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମା ଆହ୍ୱାନ ଦେଇଛନ୍ତିା

ଆଜି ମନ୍ତ୍ରୀ ଶ୍ରୀ ଦାସବର୍ମା କହିଛନ୍ତି ଯେ ଗତ ଜିଲ୍ଲାପାଳ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଯୋଗ୍ୟ ହିତାଧିକାରୀମାନଙ୍କୁ ତାଲିକାରୁ ବାଦ ଦେବା ଓ ଯୋଗ୍ୟ ଲୋକଟିକୁ ରାସନ କାର୍ଡ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାମାନଙ୍କରେ ସର୍ବମୋଟ ୯୧ ହଜାର ୪୩୧ଟି ପରିବାରର ୩ ଲକ୍ଷ ୨୮ ହଜାର ୫୪୯ ଜଣ ଅଯୋଗ୍ୟ ହିତାଧିକାରୀ ସେମାନଙ୍କ ରେସନ୍ କାର୍ଡ ଫେରସ୍ତ କରିଛନ୍ତି ଏବଂ ୭୨ ହଜାର ୭୬୬ ଜଣ ଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛିା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧା ବିଭିନ୍ନ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ବ୍ୟକ୍ତିଟିକୁ ଖାଦ୍ୟଶସ୍ୟ ଯୋଗାଇବା ପାଇଁ ଆମ ସରକାର ଉଦ୍ୟମରତା ଏଥିନିମନ୍ତେ ରାଜ୍ୟରେ ହିତାଧିକାରୀଙ୍କୁ ରେସନକାର୍ଡ ଯୋଗାଇ ଦିଆଯାଇଛିା ବହୁ ସ୍ଥାନରେ ଅନେକ ଅଯୋଗ୍ୟ ହିତାଧିକାରୀ ଖାଦ୍ୟଶସ୍ୟ ନେବା ପାଇଁ ରାସନ୍ କାର୍ଡ ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିଛନ୍ତି ଏବଂ ବହୁ ଯୋଗ୍ୟବ୍ୟକ୍ତିଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ ବର୍ମା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକୁ ଅଧିକ ପ୍ରାଥମିକତା ଦେବା ସହ ଏଥିରେ ଜଡିତ ପ୍ରତ୍ୟେକ ବ୍ୟକ୍ତି ଓ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା ସମସ୍ତ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତିା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରେସନ୍ କାର୍ଡ ତାଲିକାରୁ ଅଯୋଗ୍ୟ ହିତାଧିକାରୀ ନିଜ ନାମ କାଟି କାର୍ଡ ଫେରସ୍ତ କରିବା ପାଇଁ ଅଗଷ୍ଟ ୧୫ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତିା

Leave a Reply

Your email address will not be published. Required fields are marked *

*