ଭୁବନେଶ୍ୱର, ୬୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଓଡ଼ିଶାରୁ ଜନ୍ମ ନେଇଥିବା ପ୍ରିମିୟମ୍‍ ଲାଇଫ୍‌ ଷ୍ଟାଇଲ୍‌ ଆଉଟ୍‌ଲେଟ୍‌ ‘ଚା ସିଟି’ର ନୂତନ ଷ୍ଟୋର୍‍ ଭୁବନେଶ୍ୱର କିଟ୍‌ ରୋଡ୍‌ରେ ଥିବା ପିଏସ୍‌ ପ୍ଲାଜା ପରିସରରେ ଶନିବାର ଦିନ ଉଦ୍‌ଘାଟିତ ହୋଇଯାଇଛି। ସହିଦ ନଗରଠାରେ କିଛି ମାସ ତଳେ ଆରମ୍ଭ ହୋ‍ଇଥିବା ଏହାର ପ୍ରଥମ ଆଉଟ୍‌‍ଲେଟ୍‌ ରାଜଧାନୀର ନୂତନ ପିଢିର ଗ୍ରାହକମାନଙ୍କୁ ଆକର୍ଷିତ କରିଆସୁଛି।

ଚା ସିଟିର ଏହି ନୂତନ ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ପରିବହନ କମିସନର ମଧୁସୂଦନ ପାଢ଼ୀ ଏବଂ ଅବସରପ୍ରାପ୍ତ ଲେଫ୍ଟନାଲ୍‌ ଜେନେରାଲ୍‌ କେ ପି ଧଳସାମନ୍ତ।

‘ଚା ସିଟି’କୁ ଆମେ ଦେଶର ଏକ ସ୍ୱତନ୍ତ୍ର ଟି ହାଉସ୍‌ ଚେନ୍‌ ଭାବେ ଠିଆ କରିବାକୁ ଚାହୁଁଛୁ। ଆମର ବିଶ୍ୱାସ, ଏଠାରେ ମିଳୁଥିବା ବିଭିନ୍ନ ପ୍ରକାର ଚାହାର ସ୍ୱାଦ ଗ୍ରାହକମାନଙ୍କୁ ଆକର୍ଷିତ କରିବା ସହ ଭାରତର ଏହି ଜାତୀୟ ପାନୀୟ ସମ୍ପର୍କରେ ଅଧିକ ଜାଣିବା ପାଇଁ ସୁଯୋଗ ଆଣିଦେବ। ତା’ଛଡ଼ା ଆମ ଷ୍ଟୋର୍‌ରେ ଚାହାର ମଜା ସାଙ୍ଗକୁ ଗ୍ରାହକମାନେ ଦେଶବିଦେଶର ପ୍ରମୁଖ ପତ୍ରିକା ଏବଂ ବିଭିନ୍ନ ଆକର୍ଷଣୀୟ ଭିଡିଓ ଡିଜିଟାଲ୍‌ ମିଡିଆ ମାଧ୍ୟମରେ ପାଇପାରିବେ ବୋଲି କହିଛନ୍ତି ଏହାର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରବାସୀ ଓଡ଼ିଆ ପ୍ରସନ୍ନ ଶତପଥୀ।

ଏକ ଅତ୍ୟାଧୁନିକ ଟି ହାଉସ୍‌ ଭାବରେ ଏଠାରେ ଡିଜିଟାଲ୍‌ ମାଧ୍ୟମର ବ୍ୟବହାର କରି ଗ୍ରାହକମାନେ ଅର୍ଡର ଦେଇପାରିବେ। ତା’ ଛଡ଼ା ୱେବ୍‌ସାଇଟ୍‌, ସୋସିଆଲ୍‌ ମିଡିଆ ଏବଂ ଇ-କମର୍ସ ଜରିଆରେ ଦେଶର ଚାହା ପ୍ରେମୀମାନେ ଚା ସିଟି ସହିତ ଯୋଡ଼ି ହେଇପାରିବେ। ଚା ସିଟିର ଆଉଟ୍‌ଲେଟ୍‌ରେ ମଧ୍ୟ ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଏବଂ କର୍ପୋରେଟ୍‌ର ଛୋଟ ଛୋଟ ପାର୍ଟି ଏବଂ ବୌଦ୍ଧିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।

ଚା ସିଟିର ପରିକଳ୍ପନା ପଛରେ ଥିବା ଅନ୍ୟ ନିର୍ଦ୍ଦେଶକମାନେ ହେଲେ ମୂର୍ଚ୍ଛନା ଶତପଥୀ, ସୃଷ୍ଟିଜିତ୍‌ ମିଶ୍ର ଏବଂ ସୁନିତା ମିଶ୍ର।

Category:

Events

Tags:

,

Leave a Reply

Your email address will not be published. Required fields are marked *

*