ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଜୁଲାଇ ୨୪  ଅପରାହ୍ନ ୫.୩୦ରେ ଜୟଦେବ ଭବନରେ ଅଭ୍ୟୁତ୍‌‍ଥାନ ଫାଇନାନ୍ସିଆଲ ଲର୍ଣ୍ଣିଂ ସେଣ୍ଟର ପକ୍ଷରୁ ଆର୍ଥିକ ସାକ୍ଷରତାକୁ ନେଇ ଏକ ଆଲୋଚନାଚକ୍ର  ଆୟୋଜିତ ହେବାକୁ ଯାଉଛି।

ସାଧାରଣ ଲୋକଙ୍କ ପାଇଁ ନଗଦବିହୀନ କାରବାର ଓ ବିଭିନ୍ନ ପ୍ରକାରର ପଦ୍ଧତିର ବ୍ୟବହାର ସମ୍ପର୍କରେ ଆଲୋଚନା ହେବ। ଉଭୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର କ୍ୟାସ୍‌‍ଲେସ୍ ବ୍ୟବସ୍ଥାକୁ ଉତ୍ସାହିତ କରୁଥିବାବେଳେ ଏହିଭଳି ଏକ ସେମିନାରର ଆବଶ୍ୟକତା ରହିଛି।

ଏହି ଆଲୋଚନାଚକ୍ରରେ ଅତିଥିଭାବେ ଯୋଗ ଦେବେ ଅବସରପ୍ରାପ୍ତ ଆଇଏଏସ ଡ଼ଃ ଅରବିନ୍ଦ ବେହେରା, ନ୍ୟାସନାଲ ପେମେଣ୍ଟ କର୍ପୋରେସନର ସିଇଓ ଅଭୟ ପ୍ରସାଦ ହୋତା, ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖାର ଜିଏମ ପିକେ ଦାସ, ଓଡ଼ିଶାଲାଇଭର ମୁଖ୍ୟ ନୀଳ।ମ୍ବର ରଥ, ଜାଭିୟର୍ସ ୟୁନିଭର୍ସିଟିର ପ୍ରଫେସର ଡିଭି ରମଣ, ଆରବିଆଇର ପୂର୍ବତନ ଜିଏମ ଶୀଳ।ଦିତ୍ୟ ଚୌଧୁରି ଓ ଅଭ୍ୟୁତ୍‌ଥାନର ପରିଚାଳନା ସହଭାଗୀ ଦାଶରଥୀ ମିଶ୍ର।

Leave a Reply

Your email address will not be published. Required fields are marked *

*