ଭୁବନେଶ୍ୱର, ୦୮/୦୮/୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ବାଏ ବାଏ ଦୁବାଇ ଚଳଚ୍ଚିତ୍ରର ମ୍ୟୁଜିକ୍ ରିଲିଜ୍‌ ଏବଂ ଟ୍ରିଜର ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି। ଅକ୍ଷୟ ପରିଜାଙ୍କ ବ୍ୟାନରରେ ନିର୍ମିତ ଏହି ସିନେମାଟି ଏକ ହାସ୍ୟରସାତ୍ମକ ସିନେମା। ଏହି ସିନେମାରେ ଅଧିକାଂଶ ସୁଟିଂ ଦୁବାଇରେ ଅନୁଷ୍ଠିତ ହୋଇଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗଣେଶ ପୂଜା ଅବସରରେ ରିଲିଜ୍ ହେବ ବୋଲି ଆଶା କରାଯାଉଛି।

ବାଏ ବାଏ ଦୁବାଇ ଚଳଚ୍ଚିତ୍ରରେ ସ୍ୱନାମଧନ୍ୟ ପ୍ରଯୋଜକ ଅକ୍ଷୟ କୁମାର ପରିଜା ପ୍ରଯୋଜନା ଭାର ତୁଲାଇଥିଲା ବେଳେ ଓଡ଼ିଶାର ପ୍ରସିଦ୍ଧ ନିର୍ଦ୍ଦେଶକ ବସନ୍ତ ସାହୁDSC_9290 ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ମୋହିତ ଚକ୍ରବର୍ତ୍ତୀ, ବାପୁ ଗୋସ୍ୱାମୀ, ସଞ୍ଜୟ ମହାକୁଡ଼ ଗୀତର ରଚନା କରିଥିବା ବେଳେ ବିକାଶ ଦାସ ଏବଂ ଡ. ରଜନୀ ରଞ୍ଜନ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ପମି, ତପୁ ମିଶ୍ର, ବିଭୂକିଶୋର ଓ ମାନସ ପ୍ରିତମ୍‌।

ବାଏ ବାଏ ଦୁବାଇ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଓଲିଉଡ୍‌ର ଚୁଲ୍‌ବୁଲ୍‌ ନିୟିକା ଅର୍ଚ୍ଚିତା, ବୁଦ୍ଧାଦିତ୍ୟ, ସବ୍ୟସଚ୍ଚୀ ଥିବା ବେଳେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ମିହିର ଦାସ, ଅନିତା ଦାସ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ କମେଡିଆନ ପପୁ ପମ୍‌ପମ୍‌ଙ୍କର ଦମ୍‌ଦାର ଭୂମିକା ରହିଛି।

ପ୍ରଯୋଜକ ଅକ୍ଷୟ କୁମାର ପରିଜା କହିଛନ୍ତି ଯେ “ ଲାଭକ୍ଷତି ନ ଦେଖି କେବଳ ଭଲ ସିନେମା କିପରି ଓଡ଼ିଶାରେ ତିଆରି କରାଯିବ ସେ ଉପରେ ଗୁରୁତ୍ୱ ଦେଇଥାନ୍ତି। କିଛି ନୂଆ ସିନେମା ଅର୍ଥାତ୍ ନୂଆ କାହାଣୀ, ମ୍ୟୁଜିକ୍‌, ଓ ଅଭିନୟ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାଣ କଲେ ଚଳଚ୍ଚିତ୍ରଟି ବେଶ୍‌ ଦର୍ଶକାଦୃତ ହେବ ବୋଲି ମତବ୍ୟକ୍ତ କରିଥିଲେ ।” ସେ ‘ଓଡ଼ିଶାଲାଇଭ୍’ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ଲୋକ ଦୁବାଇ ନ ଯାଇ ଓଡ଼ିଶାରେ ରହି ଦୁବାଇକୁ ଦେଖିପାରିବେ। ଦୁବାଇର ବଛା ବଛା ୨୮ଟି ସ୍ଥାନରେ ଏହି ଚଳଚ୍ଚିତ୍ରର ବିଭିନ୍ନ ଦୃଶ୍ୟ ସୁଟିଂ ହୋଇଛି।

ଚଳଚ୍ଚିତ୍ରର ନିର୍ଦ୍ଦେଶକ ବସନ୍ତ ସାହୁ କହିଛନ୍ତି ଯେ ବାଏ ବାଏ ଦୁବାଇ ଭଳି ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ରକୁ ଓଡ଼ିଶାର ଦର୍ଶକ ଦେଖି ମନଭରି ଉପଭୋଗ କରିବେ। ଅଢ଼େଇ ଘଣ୍ଟା ସିନେମାରେ ଦର୍ଶକ ବହୁତ ହସିବେ, ଗୀତ ଦେଖି ଆନନ୍ଦିତ ହେବେ କାରଣ ଏହି ଚଳଚ୍ଚିତ୍ରଟି କେବଳ ଓଡ଼ିଶା ନୁହେଁ ହାଇଦ୍ରାବାଦର ଇନ୍‌ଡୋର ଏବଂ ଦୁବାଇର ବାହାର ଦୃଶ୍ୟକୁ ବହୁତ ଉପଭୋଗ କରିବେ। ଦୁବାଇର କୋଣଅନୁକୋଣରେ ସୁଟିଂ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଏହି ସଭାରେ ଓଲିଉଡ୍‌ର ବହୁ କଳାକାର, କ୍ୟାମେରାମ୍ୟାନ୍, ଟେକ୍ନିସିଆନ ଓ ସମାଜର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*