Career

ଓଡ଼ିଶାର ଯୁବ ଓ ପ୍ରତିଭାବାନ ସାମ୍ବାଦିକଙ୍କ ପାଇଁ ୱେବ୍‌ ମିଡିଆରେ ସୁଯୋଗ

ଓଡ଼ିଶାଲାଇଭ୍‌ ପକ୍ଷରୁ ଜିଲ୍ଲା ପ୍ରତିନିଧି ଏବଂ ସିଟି ପ୍ରତିନିଧି ପାଇଁ ଆବେଦନ ଆହ୍ୱାନ

ରାଜ୍ୟର ଯୁବ, ପ୍ରତିଭାବାନ ଏବଂ ଡିଜିଟାଲ୍‌ ଓ ୱେବ୍‌ ମିଡିଆରେ କ୍ୟାରିଅର୍‍ କରିବାକୁ ଚାହୁଁଥିବା ପେସାଦାରମାନଙ୍କ ପାଇଁ ଓଡ଼ିଶାର ପ୍ରଥମ ୱେବ୍‌ ଚ୍ୟାନେଲ୍‌ ନେଟୱର୍କ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ବିଶେଷ ସୁଯୋଗ। ଏହି ମିଡିଆ ପକ୍ଷରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ‘ଜିଲ୍ଲା ପ୍ରତିନିଧି’ ଏବଂ ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ, ବ୍ରହ୍ମପୁର, ସମ୍ବଲପୁର, ରା‌ଉରକେଲା, ବାଲେଶ୍ୱର, ଅନୁଗୁଳ ଏବଂ ଝାରସୁଗୁଡ଼ା ଏଭଳି ୧୦ଟି ସହର ପାଇଁ ‘ସିଟି ପ୍ରତିନିଧି’ ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଉଛି।

ଏହାଛଡ଼ା ଓଡ଼ିଶା ବାହାରେ ନୂଆଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗଳୁରୁ, ମୁମ୍ବାଇ, କୋଲକାତା, ବିଶାଖାପାଟଣା ଓ ସୁରଟ ଆଦି ସ୍ଥାନ ପାଇଁ ‘ସିଟି ରିପୋର୍ଟର’ ଆବଶ୍ୟକ।

ପ୍ରାର୍ଥୀମାନଙ୍କର ସାମ୍ବାଦିକତା ଏବଂ କ୍ରିଏଟିଭ୍‍ ମିଡିଆ କ୍ଷେତ୍ରରେ ବିଶେଷ ଆଗ୍ରହ ଥିବା ଦରକାର। ସେହିପରି ଓଡ଼ିଆ ଭାଷାରେ ରିପୋର୍ଟ, ଫିଚର ଓ ସାକ୍ଷାତକାର ଆଦି ପ୍ରସ୍ତୁତ କରିବା ପାଇଁ ଦକ୍ଷତା ରହିଥିବା ଆବଶ୍ୟକ।

ପ୍ରାର୍ଥୀମାନେ ଯେ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଦରକାର। ଉଚ୍ଚତ୍ତର ଶିକ୍ଷା, ବିଶେଷକରି ସାମ୍ବାଦିକତା ଏବଂ ଗଣ-ଯୋଗାଯୋଗ, ଭିଡିଓ ପ୍ରଡକ୍ସନ୍‍, ଡିଜିଟାଲ୍‌ ଓ ସୋସିଆଲ୍‍ ମିଡିଆ ଆଦି ବିଷୟରେ ଶିକ୍ଷା ଓ ତାଲିମ୍‌ପ୍ରାପ୍ତ ତଥା ଅନୁଭୂତିସମ୍ପନ୍ନ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ। ମହିଳା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ଓଡ଼ିଶାଲାଇଭ୍‌ ପକ୍ଷରୁ ଉତ୍ସାହିତ କରାଯାଉଛି।

ଡିଜିଟାଲ୍‌ ମିଡିଆ ରିପୋର୍ଟିଂ ପାଇଁ ପ୍ରାର୍ଥୀଙ୍କ ନିକଟରେ ଯେ କୌଣସି ସାଧାରଣ ମଲ୍ଟିମିଡିଆ ଫୋନ୍‌ ଥିବା ଆବଶ୍ୟକ। ଏଥିପାଇଁ କୌଣସି ଉଚ୍ଚମାନର କ୍ୟାମେରା ବା ଭିଡିଓ କ୍ୟାମେରାର ଆବଶ୍ୟକତା ନାହିଁ।

ଓଡ଼ିଶାଲାଇଭ୍‌ ଏହାର ବିଭିନ୍ନ ଡିଜିଟାଲ୍‌ ଏବଂ ସୋସିଆଲ୍‍ ମିଡିଆ ପ୍ଲାଟ୍‌‍ଫର୍ମ ମାଧ୍ୟମରେ ଓଡ଼ିଶାର ଖବର, ଫିଚର ଏବଂ ଭିଡିଓ ଉପସ୍ଥାପନ କରି ରାଜ୍ୟ ତଥା ଦେଶ ଓ ଦେଶ ବାହାରେ ପାଠକ ଏବଂ ଦର୍ଶକମାନଙ୍କ ପାଖରେ ବିଶେଷ ଆଦର ଲାଭ କରିଛି। ଓଡ଼ିଆ ଏବଂ ଇଂଲିଶ ଉଭୟ ଭାଷାରେ ଏହି ମିଡିଆ ତଥ୍ୟ ଓ ଭିଡିଓ ପରିବେଷଣ କରିବା ସହ ଏହାର ବିଷୟ ଚୟନ ଏବଂ ଗୁଣାତ୍ମକ ମାନ ପାଇଁ ଦେଶର ଏକ ଅଗ୍ରଣୀ ଓ ଭିନ୍ନ ଧରଣର ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ହିସାବରେ ଗଢ଼ିଉଠିଛି।

ଆଗ୍ରହୀ ପ୍ରାର୍ଥୀମାନେ ତୁରନ୍ତ ବାୟୋଡାଟା ପଠାଇବାକୁ ଅନୁରୋଧ। ଇମେଲ୍‌: hr@odisha.live

ଓଡ଼ିଶାଲାଇଭ୍‌ର ବିଭିନ୍ନ ୱେବ୍‌ ଓ ସୋସିଆଲ୍‍ ମିଡିଆ ପ୍ଲାଟ୍‌ଫର୍ମ:

www.odisha.live

www.odishalive.tv

www.facebook.com/odishalive

www.twitter.com/odishalive

www.youtube.com/odishalive