ଭୁବନେଶ୍ୱର, ୮୨୦୧୭ (ଓଡ଼ିଶାଲାଇଭ୍‍ ବ୍ୟୁରୋ): ଜଣାଶୁଣା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଚିନ୍ତା ଓ ଚେତନା ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ ମହୋତ୍ସବ ‘୩୮ତମ ବୈଶାଖୀ’ ଏପ୍ରିଲ୍‍ ୧୭ରୁ ୧୯ ଯାଏଁ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଯାଉଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାହାରୁ ପ୍ରତିଷ୍ଠିତ ନୃତ୍ୟ ସଙ୍ଗୀତ ଦଳ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ। ଏହି ଅବସରରେ ୧୨ ଜଣଙ୍କୁ ମର୍ଯ୍ୟାଦାଜନକ ’ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ’ ଦିଆଯାଉଥିବା ବେଳେ ୭ ଜଣଙ୍କୁ ‘ବୈଶାଖୀ ସମ୍ମାନ’ ଦିଆଯିବ।

ଏହି ମହୋତ୍ସବକୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଉଦ୍‍ଘାଟନ କରିବେ। ସେହିପରି ବିଭିନ୍ନ ଦିବସରେ ମିଜୋରାମ୍‍ର ରାଜ୍ୟପାଳ ଜେନେରାଲ୍‍ ନିର୍ଭୟ ଶର୍ମା ବରିଷ୍ଠ ମନ୍ତ୍ରୀ ଡଃ ଦାମୋଦର ରାଉତ, ଡଃ ଅରୁଣ କୁମାର ସାହୁ, ଦେବୀ ମିଶ୍ର, ବିଶ୍ୱଭୂଷଣ ହରିଶ୍ଚନ୍ଦନ, ସାଂସଦ ତଥାଗତ ଶତପଥୀ, ଡଃ ପ୍ରସନ୍ନ ପାଟ୍ଟଶାଣୀ, ମନୋରଞ୍ଜନ ପାଣିଗ୍ରାହୀ, ଅଶୋକ କୁମାର ତ୍ରିପାଠୀ, ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ଡଃ ମିନତୀ ମିଶ୍ର, ସୁମନକାନ୍ତ ଟିଗ୍ଗା, ସହଦେବ ସାହୁ, ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେବେ। ଏପ୍ରିଲ୍‍ ୧୭ରୁ ୧୯ ଯାଏ ପ୍ରତିଦିନ ସନ୍ଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋ‍ଇ ରାତି ୯.୩୦ ମିନିଟ୍‍ ଯାଏ ଚାଲିବ।

ଚଳିତ ବର୍ଷର ମହୋତ୍ସବ ବରେଣ୍ୟ ଶିଳ୍ପୀ ସ୍ୱର୍ଗତ ଅସୀମ ବସୁଙ୍କୁ ଉତ୍ସର୍ଗ କରାଯାଉଛି ବୋଲି ‘ଚିନ୍ତା ଓ ଚେତନା’ର ମହାସଚିବ ସୁରେନ୍ଦ୍ର ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *

*